ବିଜେଡିରୁ ଗଲାପରେ ଅଭିଯୋଗ ଝାଡ଼ିଲେ ଲକ୍ଷ୍ମଣ 

କଂଗ୍ରେସ-ଜେଏମ୍ଏମ୍ ମେଣ୍ଟ ହୋଇପାରେ

ବାରିପଦା : ବିଜେଡିରୁ ଇସ୍ତଫା ଦେଇ ଜେଏମ୍‌ଏମ୍‌ରେ ମିଶିବା ପରେ ସା˚ସଦ ଲକ୍ଷ୍ମଣ ଟୁଡୁ ସାମ୍ବାଦିକ ସମ୍ମିଳନୀ କରି ବିେଜଡି ବିେରାଧରେ ଅସନ୍ତୋଷ ଅଜାଡିଛନ୍ତି। ତାଙ୍କ ଅଭିେଯାଗ ବିେଜଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିେରାଧରେ ନାହିଁ। ବରଂ ସ୍ଥାନୀୟ େନତା ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଲକ୍ଷ୍ୟ କରି ସେ ଗର୍ଜିଛନ୍ତି।

ଅନ୍ୟପକ୍ଷରେ ଦଳର ନବନିଯୁକ୍ତ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌ ଜେଏମଏମ-କ˚ଗ୍ରେସ ମେଣ୍ଟ ନେଇ ଆଲୋଚନା ଜାରି ରହିଥିବା ସୂଚନା ଦେଇଥିଲେ।

ଶ୍ରୀ ଟୁଡୁ ଅଭିେଯାଗ କରିଛନ୍ତି, ସେ ସା˚ସଦ ଥିବା ସମୟରେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ୩୦୦ରୁ ଊର୍ଧ୍ବ ପ୍ରଶ୍ନ କରିଛନ୍ତି। ଲୋକସଭାରେ ୨୬ଟି ବିତର୍କରେ ଅ˚ଶଗ୍ରହଣ କରିଥିଲେ। ମାତ୍ର ସୁଦାମ ମାର୍ଣ୍ତି ସା˚ସଦ ଥିବା ବେଳେ ମାତ୍ର ୪ଟି ଲିଖିତ ପ୍ରଶ୍ନ ପଚାରିଥିଲେ। ବିଜୁ ବାବୁଙ୍କୁ ସେ ବାପା ଓ ନବୀନ ବାବୁଙ୍କୁ ଭାଇ ବୋଲି ଡାକନ୍ତି। ତେଣୁ ଏଥିରେ ଈର୍ଷାନ୍ବିତ ହୋଇ ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା। ଷଡ଼ଯନ୍ତ୍ର କରି ତାଙ୍କ ଟିକେଟ୍‌ କାଟିଦିଆଯାଇଥିବା େସ କହିଥିେଲ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅନ୍ଧାରରେ ରଖାଯାଉଛି େବାଲି ଅଭିେଯାଗ କରି ଶ୍ରୀ ଟୁଡୁ ଆହୁରି ଅଭିେଯାଗ କରିଥିେଲ ସୁଦାମ ମାର୍ଣ୍ତି ଲୁହାପଥର ଚୋରା ଚାଲାଣରେ ସାମିଲ ଥିଲେ। ପୂର୍ବତନ ଜିଲ୍ଲାପାଳ ପାଣ୍ଡିଆନ ବାବୁ ତାଙ୍କୁ ସାହାଯ୍ୟ କରିଥିେଲ।

ବିଜେପିରେ ଆଉ ବାଜପେୟୀଙ୍କ ନୀତି ଆଦର୍ଶ ନଥିବା ଏବ˚ କ˚ଗ୍ରେସ୍‌ରେ ଶୃଙ୍ଖଳା ନଥିବାରୁ ସେ ଜେଏମଏମରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି ଲକ୍ଷ୍ମଣ।

ସମ୍ବନ୍ଧିତ ଖବର