ମୟୁରଭଞ୍ଜ: ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଗିରଫ

ବେତନଟୀ: ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୟୁରଭଞ୍ଜ ଜିଲ୍ଲାର ବେତନଟୀ ପୁଲିସ ଶନିବାର ୪ ଜଣଙ୍କୁ ଗିରଫ କରିଥିବା ବେଳେ ୬ଟି ମୋଟରସାଇକେଲ ଜବତ କରିଛି। ପୁଲିସ ବଡ଼ସାହି ଥାନା ଅନ୍ତର୍ଗତ ପାଉଁସିଆ ଗ୍ରାମର ଉପେନ୍ଦ୍ର ରାଜ (୫୦), ସିଙ୍ଗଟିଆ ଗ୍ରାମର ଗୌରାଙ୍ଗ ପାତ୍ର (୫୨), ବେତନଟୀ ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମର ଦୁର୍ଗା ଚରଣ ମହାନ୍ତି (୩୦) ଓ ବଡ଼ସାହି ଥାନା ଅଧିନ ବାଘମରା ଗ୍ରାମର ପ୍ରସନ୍ନ ନାୟକ (୪୫)କୁ ଗିରଫ କରିଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ମହୁଲିଆ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ରାତି ୯ଟାରେ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ କିଛି ଲୋକ ଫେରାର ହୋଇ ଯାଇଥିବା ବେଳେ ପୁଲିସ କବ୍‌ଜାରୁ ୪ ଜଣ ଖସି ପାରି ନଥିଲେ। ପୁଲିସ ୬ଟି ବାଇକ, ଟଙ୍କା ଓ ମୋବାଇଲ ଜବତ କରିଛି।

ସୂଚନାଯୋଗ୍ୟ ଯେ, ୧୫ ଦିନ ପୂର୍ବରୁ ବଡ଼ସାହି ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଦିନ ଘଟଣାସ୍ଥଳରୁ ଟଙ୍କା ଓ ମୋବାଇଲ ଜବତ କରିଥିଲା।

ସମ୍ବନ୍ଧିତ ଖବର