ଶିମିଳିପାଳରେ ନିଆଁ ଲଗାଇ ଜଣେ ଗିରଫ

ଠାକୁରମୁଣ୍ଡା : ଶିମିଳିପାଳ ଅଭୟାରଣ୍ୟର ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ବଡବିଲ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ନିଆଁ ଲଗାଇ ଗତକାଲି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବଡ଼ବିଲ ଗ୍ରାମର ଲାଲମୋହନ ପୂର୍ତ୍ତି(୫୫)। ସୂଚନା ମୁତାବକ, ଗତକାଲି ଅପରାହ୍ନ ୪ଟା ବେଳେ ବଡବିଲ ରିଜର୍ଭ ଫରେଷ୍ଟରେ ଲାଲମୋହନ ଦିଆସିଲି ମାରି ଜଙ୍ଗଲରେ ନିଆଁ ଲଗାଉଥିଲେ। ୩ଟି ସ୍ଥାନରେ ସେ ନିଆଁ ଲଗାଇ ସାରିବା ପରେ ଫାୟାର ଓ୍ଵାଚ୍‌ର ଭଗବାନ ଜେନା ଓ ଦୋଳଗୋବିନ୍ଦ ବଂଶୁଳିଆଙ୍କ ନଜରକୁ ଆସିଥିଲା। ଏନେଇ ସେମାନେ ତୁରନ୍ତ ରେଞ୍ଜ ଅଫିସକୁ ଖବର ଦେଇଥିଲେ। ସୂଚନାପାଇ ଠାକୁରମୁଣ୍ଡା ରେଞ୍ଜର ଫରେଷ୍ଟର ପରମେଶ୍ୱର ମହାନ୍ତ ଓ ଫରେଷ୍ଟ ଗାର୍ଡ ସୁରମୋହନ ବେହେରା ଘଟଣାସ୍ଥଳକୁ ପହଞ୍ଚି ଲାଲମୋହନକୁ କାବୁ କରିଥିଲେ। ତା ନାଁରେ ବଡ଼ବିଲ ବନ ଅଫିସ୍‌ରେ ମକଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର