ସ୍ତ୍ରୀକୁ ପିଟିପିଟି ହତ୍ୟା

କପ୍ତିପଦା/ଶାଳଚୁଆ : ଶରତ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର କେନ୍ଦୁଘୁଟ ସାହିରେ ଚରିତ୍ର ସନ୍ଦେହରେ ଜଣେ ଲୋକ ନିଜ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଛି। ଏହି କାଣ୍ଡ ଘଟାଇ ସେ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅର୍ଜୁନ କୁମାର ଧୀର(୨୬)। ଅର୍ଜୁନ ୪ବର୍ଷ ପୂର୍ବରୁ କରଞ୍ଜିଆ ବଡ଼ପୋଷୀ ଗ୍ରାମର ଗହ୍ମା ସିଂଙ୍କ ଝିଅ ପୂର୍ଣ୍ଣିମା(୨୮)ଙ୍କୁ ଭଲ ପାଇ ବିବାହ କରିଥିଲେ। ଗତବର୍ଷ ଅର୍ଜୁନ କାମ ପାଇଁ ଚେନ୍ନାଇ ଚାଲି ଯାଇଥିଲେ। ଚେନ୍ନାଇରେ ରହୁଥିବାବେଳେ ଚରିତ୍ରକୁ ସନ୍ଦେହ କରି ଅନେକଥର ସ୍ତ୍ରୀ ସହ ପାଟିତୁଣ୍ଡ କରୁଥିଲେ। ଗତକାଲି ସେ ଘରକୁ ଫେରିବା ପରେ ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅର୍ଜୁନ ପାଖ ଜଙ୍ଗଲକୁ ନେଇ ପୂର୍ଣ୍ଣିମାଙ୍କୁ ପିଟିପିଟି ମାରିଦେଇଥିଲେ।

ସମ୍ବନ୍ଧିତ ଖବର