ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ତଣ୍ଟି କାଟି ଯୁବକକୁ ନିର୍ମମ ହତ୍ୟା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ ଥାନା ଅଧୀନସ୍ଥ ଏକ ଗ୍ରାମରେ ଜଣେ ଯୁବକକୁ ନିର୍ମମ ହତ୍ୟା କରାଯାଇଥିବା ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବିଶୋଇ ଥାନା ଅନ୍ତର୍ଗତ ମଣଦା ଗାଁର ଟିକା ଚରଣ ନାୟକ ନାମକ ଜଣେ ଯୁବକକୁ କେହି ତଣ୍ଟି କାଟି ହତ୍ୟା କରିଛି। ଟିକା ଚରଣ ନାୟକର ବୟସ ୩୦ ବର୍ଷ ବୋଲି ଜଣାଯାଇଛି। ସେ ସେହି ଗାଁର କୁଅଁର ନାୟକଙ୍କର ପୁଅ।
ଆଜି ସକାଳେ କିଛି ଲୋକ ଟିକା ଚରଣ ନାୟକର ମୃତ ଦେହ ମଣଦାର କଲୋନି ସାହିରେ ପଡ଼ିଥିବାର ଦେଖିବାକୁ ପାଇଥିଲେ।

Image result for bisoi police station phone number
image source-justdial.com

ଏହାପରେ ସେମାନେ ଟିକା ଚରଣ ନାୟକର ଘରେ ଖବର ଦେଇଥିଲେ। ତାପରେ ଖବର ପାଇ ବିଶୋଇ ଥାନା ଅଧିକାରୀ କୁନି ବେଶ୍ରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଆସୁଥିବାର ଖବର ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟା ହୋଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର