ମୟୁରଭଞ୍ଜ: ଫୁଟବଲ ମ୍ୟାଚ୍‌ ଦେଖିଯାଉଥିଲେ, ବଜ୍ରପାତର ଶିକାର ହେଲେ ୨ ପରିବାର, ଜଣେ ମୃତ, ୬ ଗୁରୁତର

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢ଼ୀଖମାରୀ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ବଜ୍ରପାତ ହୋଇଛି। ପ୍ରବଳ ବର୍ଷାରୁ ବର୍ତ୍ତିବା ପାଇଁ ରାସ୍ତାକଡ଼ରେ ଥିବା ଏକ ଚାଳ ଘରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହେବାରୁ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କୁସୁମବନ୍ଧ ପଞ୍ଚାୟତ ଅନ୍ତର୍ଗତ ତୁଳସୀବଣି ଗାଁର କନ୍ଦା କିସ୍କୁ(୩୫), ଶ୍ୟାମ ସୁନ୍ଦର ମୁର୍ମୁ, ସ୍ତ୍ରୀ ସୂର୍ଯ୍ୟମଣି ମୁର୍ମୁ, ପୁଅ ମାଇକା ମୁର୍ମୁ, ରାମଦାସ ମରାଣ୍ଡି, ସ୍ତ୍ରୀ କପୁରା ବେସ୍ରା ଓ ପୁଅ ଛୋଟରାୟ ବିସ୍ରା ଆହତ ହୋଇଛନ୍ତି। ଏହି ୭ ଜଣ ଖଳିକାଶୋଳ ଗାଁରେ ଚାଲିଥିବା ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଉଥିଲେ। ବାଟରେ ପ୍ରବଳ ବର୍ଷାର ସମ୍ମୁଖୀନ ହେବା ପରେ ରାସ୍ତା କଡ଼ରେ ଥିବା ଏକ ଚାଳ ଘରେ ଆଶ୍ରୟ ନେଇଥିଲେ। କନ୍ଦା କିସ୍କୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିଆଯାଉଛି।

ସମ୍ବନ୍ଧିତ ଖବର