୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ଗୁରୁତର, ଜଣଙ୍କର ଅବସ୍ଥା ସଙ୍କଟାପନ୍ନ

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅନ୍ତର୍ଗତ ଚିତ୍ରଡା ରୋଡ଼ସ୍ଥିତ ବାଘୁଆସୁଲ ଛକଠାରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ବାଇକ୍‌ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି।

ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଦୁର୍ଘଟଣାରେ ବାରିପଦା ସଦର ଥାନା ଅନ୍ତର୍ଗତ ନିଛୁଆପଡ଼ାର ରବି ସିଂହ(୨୦)ଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସମସ୍ତଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ। ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ୨ଟି ବାଇକକୁ ଜବତ କରିଛି।

ସମ୍ବନ୍ଧିତ ଖବର