ହାତୀ-ମଣିଷ ସଂଘର୍ଷ ଜାରି: ଜଣେ ଲୋକଙ୍କୁ ଘରୁ ଟାଣି ନେଇ ଦଳି ଦେଲା ହାତୀ

ବାରିପଦା: କିଛି ମାସ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଜାରି ରହିଛି। କେଉଁଠି ହାତୀ ମରୁଛି ତ ଆଉ କେଉଁଠି ହାତୀ ମାରୁଛି। ସୂଚନା ଅନୁସାରେ ଗୁରୁବାର ରାତିରେ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅନ୍ତର୍ଗତ ଫୁଲଝରୀ ଗାଁରେ ଜଣେ ଲୋକଙ୍କୁ ଘରୁ ଟାଣି ନେଇ ହାତୀ ଦଳି ଦେଇଛି। ମୃତକଙ୍କ ନାମ ଭୀମ ମାରାଣ୍ଡି ବୋଲି ଜଣାପଡ଼ିଛି। ଭୋଜନ ପରେ ଭୀମ ମାରାଣ୍ଡି ଶୋଇଥିଲେ। ଏହି ସମୟରେ ଏକ ଜଙ୍ଗଲି ହାତୀ ଆସି ଭୀମକୁ ଆକ୍ରମଣ କରିଛି।

ସମ୍ବନ୍ଧିତ ଖବର