ରାଇରଙ୍ଗପୁର: ବସ୍‌-ବାଇକ୍‌ ଧକ୍ମା: ଜଣେ ମୃତ; ଦୁଇ ଆହତ

ରାଇରଙ୍ଗପୁର: ଶୁକ୍ରବାର ସକାଳ ୮ଟା ପରେ ରାଇରଙ୍ଗପୁର କଲେଜ ଛକରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ପାଖରେ ଏକ ଯାତ୍ରୀବାହୀ ବସ୍‌ ଓ ମଟର ସାଇକେଲ୍‌ ମଧ୍ୟରେ ଧକ୍କା ହେବା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ଟାଟା ଓ କରଞ୍ଜିଅ ମଧ୍ୟରେ ଚଳାଚଳ କରୁଥିବା ଓଡି୦୯ଡି୮୯୫୬ ନମ୍ବରବିଶିଷ୍ଟ ବସ୍‌ଟି ତିନି ଜଣ ବସି ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲା।

ଧକ୍କା ପ୍ରଭାବରେ ଘଟଣାସ୍ଥଳରେ ୫୫ ବର୍ଷୀୟ ପଚା ସୋରେନ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୩୫ ବର୍ଷିୟ ବୁଧୁରାଇ ମାର୍ଣ୍ଡି ଓ ତାଙ୍କ ପତ୍ନୀ ୩୦ ବର୍ଷୀୟ ଡୁମୁଣି ମାର୍ଣ୍ଡି ଏଥିରେ ସାଙ୍ଘାତିକ ଆହତ ହୋଇଛନ୍ତି। ଏମାନେ କୁସୁମୀ ବ୍ଲକ୍‌ ଅନ୍ତର୍ଗତ ଡୁମୁରିଆ ଗାଁ’ର ବାସିନ୍ଦା।

ସେମାନଙ୍କୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ପଠାଇ ଦିଆଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସାଙ୍ଘାତିକ ଥିବା କଥା କୁହାଯାଉଛି।

ରାଇରଙ୍ଗପୁର ଥାନା ପୁଲିସ ଦୁର୍ଘଟଣାରେ ସମ୍ପୃକ୍ତ ବସ୍‌ ଓ ମଟର ସାଇକେଲ୍‌କୁ ଜବତ କରିବା ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ସମ୍ବନ୍ଧିତ ଖବର