୫ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ, ଥାନାରେ ଅଭିଯୁକ୍ତ ଅଟକ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନରେ କରଞ୍ଜିଆ ଥାନା ଅନ୍ତର୍ଗତ ବଳା ଗାଆଁର ପୁରେନ୍ଦ୍ର ମହାନ୍ତ ନାମକ ଜଣେ ୪୫ ବର୍ଷିୟ ଲୋକ ଏକ ଘରେ ୫ ବର୍ଷର ଝିଅଟିଏ ଖେଳୁଥିବା ବେଳେ ତାକୁ ଜବରଦସ୍ତି କୁକୁଡ଼ା ଗୁହାଳକୁ ନେଇ ଦୁଷ୍କର୍ମ କରିଥିଲା।

ଏହାପରେ ସେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲା। ପରେ ପୀଡ଼ିତା ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ପରିବାର ଲୋକେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ନେଇକରି ଯାଇଥିଲେ। ସେଠାରେ ଡାକ୍ତର ପୀଡ଼ିତାକୁ ଦୁଷ୍କର୍ମ କରାଯାଇଥିବା କହିଥିଲେ। ଏହାପରେ ପୀଡ଼ିତା ପୁରେନ୍ଦ୍ର ମହାନ୍ତ ଏହା କରିଥିବା କହିଥିଲେ।

Image result for karanjia police station
image source-odisha Bytes

ଏହାପରେ ପରିବାର ଲୋକେ ରାତିରେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ।ପୁଲିସ୍ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ପୁରେନ୍ଦ୍ର ମହାନ୍ତକୁ ଥାନା ଆଣି ଅଟକ ରଖିଥିବା ଜଣାଯାଇଛି। ପୁଲିସ ଘଟଣା ସଂପର୍କରେ ଅଧିକ ପଚରା ଉଚରା କରୁଛି। ଏନେଇ ଥାନାରେ କେସ ନଂ-୧୦୮ ରେ ଏକ ମାମଲା ରୁଜ୍ଜୁ କରାଯାଇଛି।

ସମ୍ବନ୍ଧିତ ଖବର