ମା’ଙ୍କୁ କାଠ ଫାଳିଆରେ ମାଡ଼ ମାରିବା ଘଟଣାରେ ପୁଅକୁ ୪ ବର୍ଷ ଜେଲଦଣ୍ଡ

ବାରିପଦା: ଜନ୍ମଦାତ୍ରୀ ମା’ଙ୍କୁ ଅତି ନିର୍ଦୟ ଭାବରେ କାଠ ଫାଳିଆରେ ମାଡ଼ ମାରିବା ଘଟଣାରେ ଆସିଷ୍ଟାଣ୍ଟ ସେସନ୍‌ ଜଜ ଶନିବାର ଦୋଷୀକୁ ୪ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥି ସହିତ ଅଭିଯୁକ୍ତ ପୁଅ ଧିରାଇ ଚାପିଆରକୁ ଜଜ ୫୦୦ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଏହି ମାମଲାରେ ସାକ୍ଷୀମାନଙ୍କର ବୟାନକୁ ପ୍ରମାଣିତ କରି ଜଜ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେଇଛନ୍ତି।

ଗତ ଏପ୍ରିଲରେ ଘଟିଥିବା ଘଟଣା ଦିନ ଚାନ୍ଦୁଆ ଥାନା ଅନ୍ତର୍ଗତ ପୁରୁଣାଡିହି ଗାଁରେ ଧିରାଇ ନିଜ ମା’ଙ୍କୁ କ୍ରୁରତାର ସହିତ କାଠ ଫାଳିଆରେ ମାଡ଼ ମାରିଥିଲା। ପାରିବାରିକ କଳହକୁ କେନ୍ଦ୍ର କରି ଧିରାଇ ନିଜ ମା’ଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ପରେ ସୂଚନା ମିଳିବା ପରେ ପୁଲିସ ଅଭିଯୁକ୍ତ ଧିରାଇକୁ ଗିରଫ କରିଥିଲା। ପରିବାର ଲୋକେ ସମସ୍ତେ ଘଟଣାକୁ ଦେଖିଥିଲେ ମଧ୍ୟ ହିଂସ୍ର ରୂପ ଧାରଣ କରିଥିବା ଧିରାଇକୁ କେହି ଅଟକାଇ ପାରି ନଥିଲେ। ଧିରାଇ ମା’ଙ୍କ ପେଟରେ ଚଢ଼ି ଯାଇଥିଲା। ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର