ବାଇକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍‌; ୩ ମୃତ:ମାମୁଘରକୁ ସୁଦ୍ଧିକ୍ରିୟାରେ ଯୋଗଦେଇ ଫେରୁଥିଲେ

ଦାନ୍ତିଆମୁହାଁରେ ଉତ୍ତେଜନା‌, ଜାତୀୟ ରାଜପଥ ଅବରୋଧ

ବେତନଟୀ, :  ଅପରାହ୍ନରେ ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ତିନି ସଂପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ତିନି ଜଣ ହେଲେ ବଡସାହି ଥାନା ଅଧୀନ ଦଲକି, ଡାହିସାହି, ରଙ୍ଗପାଣି, ତିଲୋଚନପୁରର ଲୋକ ବୋଲି ଜଣା ପଡିଛି। ମୃତ ଯୁବକ ମାନେ ହେଲେ ଘନ ସିଂ (୪୬), ମଙ୍ଗ ସିଂ (୪୫), ଗାଳ ସିଂ (୪୦)। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉ‌ତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ଏହି ତିନି ଜଣ ସଂପର୍କୀୟ ଭାଇ ଦାନ୍ତିଆମୁହାଁ ନୂଆସାହିର ପରମେଶ୍ବର ସିଂଙ୍କ ମାଆଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ। ଆଜି ସେମାନେ ନୀଳ ରଙ୍ଗର ଏକ ହୋଣ୍ତା ମୋଟର ସାଇକେଲ (ଓଡି–୧୧ଆର–୦୬୭୯ )ରେ ଘରକୁ ‌େଫରୁଥିବାବେଳେ ଜିଜେ–୧୬ଏଏଫ–୮୫୧୬ ନମ୍ବରର ଏକ ପକ୍କା ମିକ୍ସଚର ମେସିନ ଟ୍ରକ ପଛ ପଟରୁ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକର ବେଗ ଏତେ ଦ୍ରୁତ ଥିଲା ଯେ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ କରି ନପାରି ସିଧାସଳଖ ମୋଟର ସାଇକେଲ ଆରୋହୀମାନଙ୍କ ଉପରେ ଚଢ଼ାଇ ଦେଇଥିଲା। ଆଉ ତିନି ଜଣ ଯାକ ଟ୍ରକର ଚକା ତଳେ ପଡ଼ି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏହି ମିକ୍ସଚର ମେସିନ ଟ୍ରକଟି ଚାରି ଥାକିଆ ରାସ୍ତା ନିର୍ମାଣ କରୁଥିବା ଆଇରନ ଟ୍ରାଙ୍ଗେଲ କମ୍ପାନିର ବୋଲି ଜଣାପଡିଛି।
ବେପରୁଆ ଗାଡି ଚାଳନା ଓ ରାସ୍ତା ନିର୍ମାଣ ବେଳେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଟ୍ରାଫିକ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ବ୍ୟବସ୍ଥା ହୋଇ ନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି। ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରଠାରୁ କମ୍ପାନିର ଅବହେଳା ହେତୁ ଏ ପର୍ଯ୍ୟନ୍ତ ୩୦ରୁ ଅଧିକ ମୁଣ୍ତ ଗଡ଼ିଲାଣି। ତେଣୁ ଆଜି ତିନି ଜଣଙ୍କ ମୃତ୍ୟୁକୁ ନେଇ ଏଠାରେ ତୀବ୍ର ଉେତ୍ତଜନା ଦେଖା ଦେଇଥିଲା। ଆଖପାଖ ଗ୍ରାମର ଶହଶହ ଲୋକ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ଏଭଳି ବାରମ୍ବାର ଦୁର୍ଘଟଣାକୁ ରୋକିବା ଲାଗି ବିହିତ ବ୍ୟବସ୍ଥା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରୁ ଉଭୟ ବାରିପଦା ଓ ବାଲେଶ୍ବର ପଟକୁ ଶହ ଶହ ଗାଡି ମଟର ଅଟକି ରହିଥିଲା। ଘଟଣାସ୍ଥଳରେ ପ୍ରଫେସର ରାମଚନ୍ଦ୍ର ଦାସ, ସମାଜସେବୀ ହୋସଲା ପ୍ରସାଦ ଯାଦବ, ଚନ୍ଦ୍ରଶେଖର ହେମ୍ବ୍ରମ, ସବେର୍ଶ୍ବର ମହାନ୍ତ, ଅବିନାଶ ନାୟକ ପହଞ୍ଚିଥିଲେ। ଖବର ପାଇ ବେତନଟୀ ଥାନା ଆଇଆଇସି ପର୍ଶୁରାମ ସାହୁ, ଏସଆଇ ଏ ମାର୍ଥା, ଏସଆଇ ବିଜୟରଞ୍ଜନ ପରିଡା, ବଡ଼ଜାମବଣୀ ଫାଣ୍ତି ଅଧିକାରୀ ପିଏମ ରାଉତ ପ୍ରମୁଖ ଗୋଟିଏ ପ୍ଲାଟୁନ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦେଶକ୍ରମେ ମୋରଡା ତହସିଲଦାର ସଂଗ୍ରାମ ସଂଜିତ ସାହୁ ଘଟଣାସ୍ଥଳରେ ପହଞ୍ଚି ଆ‌େନ୍ଦାଳନକାରୀଙ୍କ ଆଲୋଚନା ପରେ ମୃତକ ପରିବାରକୁ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର