ହରିଣ ମାଂସ କହି ଗୋମାଂସ ବିକୁଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କଲା ପୁଲିସ

ବାଙ୍ଗିରିପୋଷି: ଗୁରୁବାର ଦିନ ସ୍ଥାନୀୟ ଶ୍ୟାମସୁନ୍ଦରପୁର ସାପ୍ତାହିକ ହାଟରେ ଗୋମାଂସକୁ ହରିଣମାଂସ କହି ବିକ୍ରୟ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗ୍ରାମବାସୀମାନେ ଧରି ବାନ୍ଧି ପକାଇଛନ୍ତି।

ମାଂସ ବିକ୍ରି କରୁଥିବା ବ୍ୟକ୍ତି ଦୁହେଁ ହେଉଛନ୍ତି ବାଲିଖଣି ଗ୍ରାମର ଲାଲମୋହନ ସରେନ ଏବଂ ମହାଜନ ସରେନ। ଆଜି ହାଟରେ ବସି ଲାଲମୋହନ, ମହାଜନ ଏବଂ ଅନ୍ୟ ଦୁଇ ଜଣ ହରିଣମାଂସ ବିକ୍ରୟ କରୁଥିଲେ। କୌଣସି କାରଣରୁ ସ୍ଥାନୀୟ ଲୋକେ ଓ ଗ୍ରାମବାସୀଙ୍କର ସନ୍ଦେହ ହେବାରୁ ସେମାନେ ଉକ୍ତ ମାଂସ ବିକ୍ରେତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲେ। ଶେଷରେ ତାହା ଗୋମାଂସ ବୋଲି ସେମାନେ ସ୍ୱୀକାର କରିଥିଲେ। ଲାଲମୋହନ ଓ ମହାଜନଙ୍କୁ ଲୋକେ ଧରି ବାନ୍ଧି ପକାଇଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ବାଙ୍ଗିରିପୋଷି ପୁଲିସ ଦୁଇ ଜଣଙ୍କୁ ଲୋକମାନଙ୍କ ଠାରୁ ଉଦ୍ଧାର କରିଥିଲେ। ପରେ ଲୋକମାନଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିବା କଥା ଥାନା ଅଧିକାରୀ ଚନ୍ଦନ କୁମାର ଘଡ଼େଇ କହିଛନ୍ତି।

ସମ୍ବନ୍ଧିତ ଖବର