ଦୁର୍ଘଟଣାରେ ୨ ଗୁରୁତର

ଗୋରୁମହିଷାଣୀ: ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲେଇଶିଳା ତେଲିସାହି ନିକଟରେ ଆଜି ବାଇକ୍‌ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ରାଇରଂଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁହେଁ ହେଲେ ଠାକୁରମୁଣ୍ଡା ଥାନା ଅସନବଣୀ ଗ୍ରାମର ଧ୍ରୁବ ବାରିକ ଓ ସୁଶୀଲ ମହାନ୍ତ। ସୂଚନା ଅନୁସାରେ, ଉଭୟେ ଗୁହାଳଡାଙ୍ଗରୀ ନିକଟସ୍ଥ ରୁଆଁସି ଗ୍ରାମକୁ ବାହାଘର ଭୋଜି ପାଇଁ ବାଇକ୍‌(ଓଡି ୦୪ ଡି ୬୦୫୩) ଯୋଗେ ଯାଉଥିଲେ।

ତେବେ ତେଲିସାହି ବାଙ୍କ ନିକଟରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟେ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଖବରପାଇ ଗୋରୁମହିଷାଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟକୁ ଉଦ୍ଧାର କରି ଗୋରୁମହିଷାଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଛି। ଉଭୟେ ଅତ୍ୟଧିକ ମଦ୍ୟପାନ କରି ବାଇକ୍‌ ଚଳାଉଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର