ଭିଜିଲାନ୍ସ ମାମଲାରେ କିରାଣିଙ୍କୁ ବର୍ଷେ ଜେଲ୍‌

ବାରିପଦା : ଗୁରୁବାର ଏକ ଭିଜିଲାନ୍ସ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସେକ ଜାହିର ଅହମ୍ମଦ ଜିଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟକିରାଣି ସନ୍ତୋଷ କୁମାର ବିଶ୍ବାଳ(୬୨ଙ୍କୁ ବର୍ଷେ କାରାଦଣ୍ତ ସହ ୧୫ ହଜାର ଟଙ୍କା ଜରିମାନା ଦଣ୍ତରେ ଦଣ୍ତିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୪ ମାସ କାରାଦଣ୍ତ ଆଦେଶ ଶୁଣାଇଛନ୍ତି ା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ମାମଲା ପରିଚାଳନା କରିଥିଲେ। ମୟୂରଭଞ୍ଜ ଜିଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ଜିପିଏଫ୍‌ କାଗଜପତ୍ର କରିଦେବା ପାଇଁ ମୁଖ୍ୟକିରାଣି ଶ୍ରୀ ବିଶ୍ବାଳ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ।

ସମ୍ବନ୍ଧିତ ଖବର