ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ବେତନଟୀ/ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ଚାଞ୍ଛିପଦା ଗ୍ରାମର ନାଲିଆ ବେହେରା ନାକମ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଜାନି(୩୦)କୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ ତାର ଜାନି ଏବଂ ନାଲିଆ ନିଜ ପୁଅ ଓ ଝିଅକୁ ନେଇ ଉକ୍ତ ଗାଁରେ ଥିବା ଜାନିର ବାପଘରକୁ ରଜ ପାଇଁ ବୁଲିବାକୁ ଯାଇଥିଲେ। ରାତିରେ ସ୍ୱାମୀ-ସ୍ତ୍ରୀ ନିଜ ଘରକୁ ଫେରିଥିଲେ। ତେବେ ଘରକୁ ଫେରିବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ନାଲିଆ ଏକ ଠେଙ୍ଗାରେ ଜାନିଙ୍କୁ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜାନିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ବୈଶିଙ୍ଗା ଥାନା ଆଇଆଇସି ରେଣୁବାଳା ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପତ୍ନୀହନ୍ତା ସ୍ୱାମୀକୁ କାବୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ନାଲିଆ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଏନେଇ ଥାନାରେ ଦଫା ୩୦୨ ଓ କେସ୍‌ ନଂ ୧୦୮/୧୮ରେ ମାମଲା ରୁଜୁ ହୋଇଛି। ନାଲିଆକୁ ଗିରଫ କରାଯାଇଥିବା ବେଳେ ପୁଲିସ ଜାନିର ଶବ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର