ମୟୁରଭଞ୍ଜ: ଚୋରା ମଦ ବିକ୍ରି ଅଭିଯୋଗରେ ଦୋକାନରେ ନିଅାଁ ଲଗାଇଲେ ମହିଳା

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ମହିଳାମାନେ ଏକ ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବାରୁ ନିଅାଁ ଲଗାଇ ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଟାଉନଥାନା ଅନ୍ତର୍ଗତ ଜଗନ୍ନାଥ ବଜାର ନିକଟରେ ଥିବା ଏକ ଦୋକାନକୁ ଉତ୍ତେଜିତ ମହିଳାମାନେ ରବିବାର ନିଅାଁ ଲଗାଇ ଦେଇଛନ୍ତି। ଏଠାରେ ଚୋରାରେ ମଦ ବିକ୍ରି ହେଉଥିବାରୁ ପୂର୍ବରୁ ସେମାନେ ଅଭିଯୋଗ କରିଥିଲେ। ଏହା ପରେ ବି ଅବକାରୀ ଅଥବା ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ନଯାଇଥିବାରୁ ଶେଷରେ ଆଜି ମହିଳାମାନେ ଦୋକାନରେ ନିଅାଁ ଲଗାଇଥିଲେ।

ସମ୍ବନ୍ଧିତ ଖବର