ଆତ୍ମଘୋଷିତ ଡାକ୍ତର: ଷ୍ଟେଥୋସ୍କୋପ ପକାଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଔଷଧ ଦୋକାନୀ

ଭୁବନେଶ୍ୱର: ସୁନ୍ଦରଗଡର ନକଲି ଡାକ୍ତର କାହାଣୀ ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ସେହି ସେହି ଜିଲ୍ଲାରୁ ଆଜି ଆସିଛି ଆଉ ଜଣେ ନକଲି ଡାକ୍ତରୀଙ୍କ ଫର୍ଜରୀ କାରବାର। ଏହି ନକଲି ଡାକ୍ତରଙ୍କ ନାଁ ହେଉଛି ଚକ୍ରନ୍ତ ବେହେରା। ସତକୁ ସତ ଡାକ୍ତର ହେବା ପାଇଁ ସେ ଏଭଳି ଚକ୍ରାନ୍ତ କରିଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଛୋଟ ଔଷଧ ଦୋକାନ ଟିଏ କରି ଜମାଇଛନ୍ତି ଘରୋଇ ଡାକ୍ତରଖାନାର ଆସର।

ଔଷଧ ଦୋକାନ ମାଲିକ ଡାକ୍ତର ସାଜିଛନ୍ତି। ଆତ୍ମଘୋଷିତ ଡାକ୍ତର ଔଷଧ ଦୋକାନରେ ଷ୍ଟେଥୋସ୍କୋପ ପକାଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଦେକାନ ଭିତରେ ଥିବା ଆଉ ଏକ ରୁମରେ ଇନଡୋର ପ୍ରାକଟିସ କରନ୍ତି। ଇନଡୋରରେ ରୋଗୀମାନଙ୍କୁ ଚିକିତ୍ସା କରାଯାଉଥିବା ସମସ୍ତ ସାମଗ୍ରୀ ଏଠାରେ ମହଜୁଦ ରହିଛି। ରକ୍ତ ପରୀକ୍ଷା ମେସିନଠାରୁ ଆରମ୍ଭ କରି ନେବୁଲାଇଜର୍‌ ସହ ସମସ୍ତ ସାମଗ୍ରୀ ଉପଲବ୍ଧ ରହିଛି, ଯାହା ରୋଗୀଙ୍କୁ ଇନଡୋର ଚିକିତ୍ସା ପାଇଁ ଆବଶ୍ୟକ।

Kanak News

ତେବେ ବଡ କଥା ହେଉଛି ଏହି ଡାକ୍ତର ନିଜକୁ ଜଣେ ଏମବିବିଏସ ବୋଲି କହୁଛନ୍ତି। ହେଲେ ନିଜ କଲେଜର ନାଁ ବି ତାଙ୍କର ମନେ ନାହିଁ। କହୁଛନ୍ତି କଲିକତାର ଏକ ଘରୋଇ କଲେଜରେ ଅଲଟରନେଟିଭ ମେଡିସିନରେ ସେ ଏମବିବିଏସ ପାସ କରିଛନ୍ତି। ଆଉ କିଛି ସାର୍ଟିଫିକେଟ ମଧ୍ୟ ଦେଖାଉଛନ୍ତି। ହେଲେ ସେ, ମେଡିକାଲ କାଉନସିଲ ଅଫ ଇଣ୍ଡିଆ, କି ମେଡିକାଲ କାଉନସିଲ ଓଡିଶାଙ୍କ ନିକଟରେ ରେଜିଷ୍ଟ୍ରେସନ ବି କରିନାହାନ୍ତି। ଏହିଭଳି କି ତାଙ୍କର କ୍ଲିନିକାଲ ଏଷ୍ଟାବ୍ଲିଷ୍ଟମେନ୍‌ଟ ସାଟିଫିକେଟ ମଧ୍ୟ ନାହିଁ। ଆଉ ଏହାରି ଭିତରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି।

ଏପଟେ ନକଲି ଡାକ୍ତର ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନକଲି ଡାକ୍ତରଙ୍କ ଉପରେ ଲଗାମ ଲଗାଇବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ରାଜ୍ୟର ବିଭିନ୍ନ ଜିଲ୍ଲା ଯାଇ ଏଭଳି ଅଭିଯୋଗର ଅନୁଧ୍ୟାନ କରିବ।

ସମ୍ବନ୍ଧିତ ଖବର