ବାଡିରୁ କାଠ ଚୋରିକୁ କେନ୍ଦ୍ର କରି ମାନସିକ ବିକାରଗ୍ରସ୍ତ ନାବାଳିକାକୁ ଗଛରେ ବାନ୍ଧି ନିସ୍ତୁକ ମାଡ

ସୋର: ସୋର ଅଞ୍ଚଳର ସଜନପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ସାମାନ୍ୟ କାରଣ ଲାଗି  ଏକ ମାନିସକ ବିକାରଗ୍ରସ୍ତ ନାବାଳିକାଙ୍କୁ ଗଛରେ ବାନ୍ଧି  ଅତ୍ୟନ୍ତ ଅମାନୁଷିକ ଭାବେ ନିସ୍ତୁକ ମାଡ ମାରିବାର ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, କାର୍ତ୍ତିକ ଲେଙ୍କାଙ୍କ ଝିଅ ରଚନା ମାନସିକ ବିକାରଗ୍ରସ୍ତ। ତେବେ ସେ ସଜନପୁର ଗ୍ରାମର ବିପିନ ସାହୁଙ୍କ ବାଡିରୁ ତିନିଦିନ ପୂର୍ବରୁ କାଠ ଚୋରି କରିଥିବା ଗ୍ରାମବାସୀ କହିଥିଲେ। ତେବେ ଏହି ଘଟଣାକୁ ନେଇ ବିପିନ୍‌ ସାହୁଙ୍କ ପୁଅ ଓ ସ୍ତ୍ରୀ ରଚନାର ଗୋଡ ହାତକୁ ଏକ ଗଛରେ ବାନ୍ଧି ନସ୍ତୁକମାଡ ମାରିଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗାଁ ଲୋକ ଏହି ଅମାନୁଷିକ କାଣ୍ଡକୁ ବିରୋଧ ନ କରି ଏହି ଦୃଶ୍ୟକୁ କ୍ୟାମେରାରେ କୈଦ୍‌ କରି ନେଇଥିଲେ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି। ପୁଲିସ କହିଛି ଏହି ଘଟଣା ନେଇ କୌଣସି ମାମଲା ରୁଜୁ ହୋଇନାହିଁ।

ସମ୍ବନ୍ଧିତ ଖବର