ଭଦ୍ରକର ରେଡ୍‌ ଜୋନ୍‌ରେ ଓହ୍ଲାଉଛନ୍ତି ଅନ୍ୟ ଜିଲ୍ଲାର ପ୍ରବାସୀ, ସ୍ଥାନୀୟ ଲୋକେ ପ୍ରଶାସନ ପ୍ରତି ଅସନ୍ତୋଷ

ଭଦ୍ରକ: କରୋନା ମହାମାରୀ ପାଇଁ ଭଦ୍ରକ ଜିଲ୍ଲା ରେଡ୍‌ ଜୋନ୍‌ରେ ପରିଣତ ହୋଇଛି। ଓଡ଼ିଶାର କରୋନା ତାଲିକାରେ ଭଦ୍ରକ ଜିଲ୍ଲା ୪ର୍ଥ ସ୍ଥାନରେ ରହିଛି। ଆଜି ସୁଦ୍ଧା ଜିଲ୍ଲାରେ ୧୦୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୭୪ ଜଣ ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି। ଆହୁରି ୨୨ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଏମାନେ କଟକସ୍ଥିତ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି।

ତେବେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ପ୍ରବାସୀଙ୍କ ପ୍ରବେଶ ଓ କରୋନା ସଂକ୍ରମଣ ବୃଦ୍ଧି ସାରା ଜିଲ୍ଲାବାସୀଙ୍କୁ ଡରାଇ ରଖିଛି। ଅନେକ ଲୋକଙ୍କର ସଂଗରୋଧ ଅବଧି ଶେଷ ହେବା ପରେ ସେମାନଙ୍କର ନମୁନା ସଂଗ୍ରହ କରାଗଲା ନାହିଁ। ଏଥି ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ପ୍ରତି ଅସନ୍ତୋଷ ଦେଖାଯାଇଛନ୍ତି।

ଭଦ୍ରକ ଜିଲ୍ଲାରେ କ୍ୱରେଣ୍ଟାଇନ୍‌ ସେଣ୍ଟରରେ ଅବ୍ୟବସ୍ଥା ନେଇ ଗତକାଲି ଭୋର ସକାଳୁ ପ୍ରାୟ ୨୦୦୦ ପ୍ରବାସ ଫେରନ୍ତା ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଲରେ ଶତାଧିକ ଯାନବାହନ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଥିଲା। ପରେ ପ୍ରଶାସନିକ ଅଧିକାରୀମାନେ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର