ଯାଜପୁର: ମନ୍ତ୍ରୀଙ୍କ ସମର୍ଥକଙ୍କ ଆକ୍ରମଣରେ ଯୁବକ ଗୁରୁତର

ଯାଜପୁର: ପଞ୍ଚାୟତ ନିର୍ବାଚନ ସମୟରୁ ଚାଲିଥିବା ବିବାଦକୁ କେନ୍ଦ୍ର କରି ଆଜି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସମ୍ପର୍କୀୟ ଓ ସମର୍ଥକ କୁହାଯାଉଥିବା କେତେକ ଯୁବକ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଧପଡ଼ା ଗ୍ରାମର ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନିଜ ଗ୍ରାମ) ସୁନୀଲ ଚକ୍ରଙ୍କୁ ଭଣ୍ଡାରିପଡ଼ା କଲ୍ୟାଣୀ ଉଚ୍ଚ ବିଦ୍ୟାପୀଠ ନିକଟରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସୁନୀଲଙ୍କୁ ପ୍ରଥମେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାକୁ ସୁନିଲଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର