ବିଶ୍ୱକର୍ମା ମେଢ ଭସାଣିରେ ନାଚୁଥିଲା ବାଳକ, ଟଳିପଡ଼ିବାରୁ ମୃତ୍ୟୁ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଠାରେ ବିଶ୍ୱକର୍ମା ମେଢ ଭସାଣି ସମୟରେ ଜଣେ ନାବାଳକ ନାଚୁ ଥିବା ବେଳେ ତଳେ ପଡ଼ିଯିବାରୁ ତା’ର ମୃତ୍ୟୁ ଘଟିଛି। ନାବାଳକର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଧୋବଣୀଶୋଳ ଗ୍ରାମର ଡାକ୍ତର ସିଂଙ୍କ ପୁଅ ଅନିଲ ସିଂ (୧୩) ଶ୍ୟାମସୁନ୍ଦରପୁର ବିଶ୍ୱକର୍ମା ମେଢ ଭସାଣିରେ ନାଚିବା ସମୟରେ ହଠାତ ପଡିଯାଇଥିଲା। ତାଙ୍କୁ ସଂଗେ ସଂଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କିଛି ଦିନ ପୂର୍ବରୁ ଅନିଲକୁ ଜ୍ୱର ସହିତ କାମଳ ରୋଗ ହୋଇ ଥିଲେ ମଧ୍ୟ ନାଚିବା ତା’ ପାଇଁ କାଳ ହେଲା ବୋଲି ଚର୍ଚ୍ଚା ଜୋର ଧରିଛି। ବାଙ୍ଗିରିପୋଷି ପୁଲିସ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର