ଶନିଦେବଙ୍କୁ ଜଳାଭିଷେକ ଲାଗି ନଦୀରୁ ପାଣି ଆଣିବା ପାଇଁ ଯାଇଥିବା ସମୟରେ ନାବାଳକର ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ପରକୁଳା ପଞ୍ଚାୟତ ନାରାୟଣପୁର ଗ୍ରାମର ଚିତ୍ରୋତ୍ପଳା ନଦୀରେ ବୁଡି ୧୦ବର୍ଷର ବାଳକର ଶନିବାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମାର୍ଶାଘାଇ ବ୍ଲକ୍‌ ନାରଣପୁର ଗ୍ରାମର ପ୍ରଶାନ୍ତ ଦାସଙ୍କ ପୁଅ ଓମ୍‌ ଦାସ ବୋଲି ଜଣାପଡ଼ିଛି।

ସୂଚନାଯୋଜ୍ୟ, ଶନିବାର ଶନିଦେବଙ୍କୁ ଜଳାଭିଷେକ ପାଇଁ ଓମ୍‌ ଚିତ୍ରୋତ୍ପଳା ନଦୀରେ ପଶି ଏକ ଢ଼ାଳରେ ପାଣି ଆଣୁଥିଲେ। ଏହି ମୟରେ ଗୋଡ ଖସି ଯିବାରୁ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇ ଓମ୍‌ର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଓମ୍‌ଙ୍କ ପରିବାରରେ ଶୋକକୂଳ ବାତାବରଣ ଖେଳି ଯାଇଛି।

ସମ୍ବନ୍ଧିତ ଖବର