କୁତ୍ରା: ସାପ କାମୁଡ଼ାରେ ନାବାଳକ ମୃତ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ସାପକାମୁଡ଼ାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାପକାମୁଡ଼ାରେ ଆକ୍ରାନ୍ତ ନାବାଳକଙ୍କୁ ପ୍ରଥମେ ଡାକ୍ତରଖାନା ନ ନେଇ ଗୁଣିଆ ପାଖକୁ ନେବା ଓ ଅତି ବିଳମ୍ବରେ ଡାକ୍ତରଖାନା ନେବା ନିଷ୍ପତ୍ତି ଶିଶୁ ମୃତ୍ୟୁର କାରଣ ବୋଲି କୁହାଯାଉଛି।
ମିଳିଥିବା ସୂଚନାା ଅନୁଯାୟୀ, ମୁକୁନ୍ଦପୁର ଗ୍ରାମର ଯଶୋବନ୍ତ ବିଲୁଙ୍ଗ(୧୨ ବର୍ଷ) ଗାଁ ପାଖ ସ୍କୁଲରେ ୭ମ ଶ୍ରେଣୀରେ ପଢ଼ନ୍ତି। ଗତକାଲି ସ୍କୁଲ ଛୁଟି ପରି ସେ ଖେଳୁ ଥିବାବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲ।ା ମାତ୍ର ଶିଶୁଟି ଏ ନେଇ କାହାକୁ କିଛି କହି ନ ଥିଲା। କେବଳ ତାଙ୍କୁ ଏକ ସାପ ଫୁଙ୍ଗି ଦେଇଛି ବୋଲି କହିଥିଲା। ଫଳରେ ପରିବାର ଲୋକେ କିଛି ଗୁରୁତ୍ୱ ଦେଇନ ଥିେଲେ। ତେବେ ବିଳମ୍ବିତ ରାତିରେ ଯଶୋବନ୍ତ ଅସୁସ୍ଥ ହୋଇ ପଡ଼ିିବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ଜଣେ ଗୁଣିଆଙ୍କ ପାକକୁ ନେଇଥିଲେ ।ମାତ୍ର ଗୁଣିଆା ଜଣକ ଶିଶୁଟିକୁ ଡାକ୍ତରଖାନା ନେବାକୁ କହିବାରୁ ପରିବାର ଲୋକେ ତାଙ୍କୁ ଧରି ମେଡିକାଲ ଆସିଥିଲେ।ମାତ୍ର ସେମାନେ କୁତ୍ରା ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଯଶୋବନ୍ତଙ୍କର ମୃତ୍ୟୁ ଘଟି ସାରିଥିଲା।

ସମ୍ବନ୍ଧିତ ଖବର