ନିଆଁରେ ପୋଡ଼ିଯିବାରୁ କଲୋଜ ଛାତ୍ରୀଙ୍କ ମୃତ୍ୟୁ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସ୍ଥାନୀୟ ଖଦାଳପଡ଼ାରେ ଆଜି ଅପରାହ୍ନରେ ଜଣେ କଲେଜ ଛାତ୍ରୀଙ୍କ ନିଆଁରେ ପୋଡ଼ିଯିବାରୁ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଅନୁ ବେହେରା (୧୬ ବର୍ଷ) । ସେ ସ୍ଥାନୀୟ କଲେଜରେ ଯୁକ୍ତ ୨ ପଢୁଥିଲେ ଏବଂ ଗୌରଙ୍ଗା ବେହେରାଙ୍କ ଝିଅ । ସେ କିରାସିନି ଢ଼ାଳି ହୋଇ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ ବୋଲି ପରିବାର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଛି ।

ସୁବଳୟା ଥାନା ଅଧିକାରୀ ପ୍ରଦୀପ ପ୍ରଧାନ କହିଛନ୍ତି, ଅନୁ ବେହେରା ପାଞ୍ଚ ବର୍ଷ ହେବ ନିଜ ଦାଦା (କାକା) ହରି ବେହେରାଙ୍କ ଘରେ ରହି ପାଠ ପଢୁଥିଲେ । ହରି ବେହେରା ଆଜି ଟିଭି ଦେଖୁଥିବା ବେଳେ ଅନୁ ଅନ୍ୟ ଏକ କୋଠରିରେ ପାଠ ପଢୁଥିଲେ । ଏହି ସମୟରେ ଅନୁ ନିଜ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଘରୁ ଧୂଆଁ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଅନୁକୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ । ଆସନ୍ତାକାଲି ବ୍ୟବଚ୍ଛେଦ ହେବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର