ଯବାନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ବିବାହ ପ୍ରତିଶ୍ରୁତି ଦେଇ ନାବାଳିକା ସହିତ ରଖିଥିଲେ ଶାରୀରିକ ସମ୍ପର୍କ

ରାଉରକେଲା: ଲହୁଣିପଡ଼ା ଥାନା ଅଞ୍ଚଳରେ ଜଣେ ଯବାନ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରି ଦେଇଥିବା ନେଇ ପୀଡିତା ଗୁରୁବାର ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବାରକୋଟ ଥାନା ମର୍ସିନ୍ତା ଗ୍ରାମର ବିରେନ୍ଦ୍ର ସମାଦ ସେନାରେ କାମ କରନ୍ତି। ତାଙ୍କ ପୋଷ୍ଟିଂ ଜମ୍ମୁରେ ହୋଇଛି। ତେବେ ଗତ ୨୦୧୭ ମସିହାରେ ଲହୁଣିପଡ଼ାସ୍ଥିତ ଗଦାପାଲିରେ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯୋଗ ଦେବା ପାଇଁ ବିରେନ୍ଦ୍ର ଆସିଥିଲେ। ସେଠାରେ ତାଙ୍କର ସେହି ଗ୍ରାମର ଜଣେ ୧୭ବର୍ଷୀୟ ନାବାଳିକାଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା। ବିରେନ୍ଦ୍ର ଉକ୍ତ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏବେ ନାବାଳିକା ଜଣକ ତାଙ୍କୁ ବିବାହ କରିବାକୁ କହିବାରୁ ସେ ରୋକଠୋକ ମନା କରି ଦେଇଛନ୍ତି। ପୀଡିତା ବିବାହ କରିବାକୁ ଜିଦ ଧରିବାରୁ ସେ ତାଙ୍କୁ ଗୁଳିରେ ଉଡାଇ ଦେବାକୁ ବି ଧମକ ଦେଇଛନ୍ତି।

ଏହାପରେ ପୀଡିତାଙ୍କ ପରିବାର ଯବାନ ବିରେନ୍ଦ୍ର ସମାଦ ନାମରେ ଲହୁଣିପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୀଡିତା ପରିବାରଙ୍କ ଅଭିଯୋଗକ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର