ବାଲେଶ୍ୱର: ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିର ୪ ବର୍ଷର ନାବାଳିକା ଦୁଷ୍କର୍ମ ମାମଲା ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ପୁଣି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ସୁଝାଗଡ଼ ଗାଁରେ ଜଣେ ୮ମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖ ଦିନ ଏହି ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କ ପରିବାର ୧୪ ତାରିଖ ଦିନ ଏ ନେଇ ଥାନାରେ ଅଭିାଯୋଗ କରିଛନ୍ତି। ଏହି ଅଭିଯୋଗ ଭିତ୍ତିରେ ପୁଲିସ ସୁଝାଗଡ଼ ଗ୍ରାମର ଚନ୍ଦ୍ରଭାନୁ ମଲ୍ଲିକଙ୍କ ପୁଅ ଜଗବନ୍ଧୁଙ୍କୁ ଗିରଫ କରିଛି। ଆଜି ଅଭିଯୁକ୍ତ ଜଗବନ୍ଧୁଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିସାଳୟରେ ଡାକ୍ତରୀ ମାଇନା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜଗବନ୍ଧୁଙ୍କ ସାନବାପାଙ୍କ ସମ୍ପର୍କୀୟଙ୍କ ଝିଅ ସୁଝାଗଡ଼ ଆସିଥିବା ବେଳେ ଜଗବନ୍ଧୁ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ଜଣକ ପରିବାର ଲୋକଙ୍କୁ କହିବାରୁ ପରିବାର ଲୋକେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର