ମାମୁ ଓ ମାଇଁ ଘରେ ନ ଥିବା ବେଳେ ଦେହରେ କିରାସିନି ଢାଳି ଆତ୍ମହତ୍ୟା କଲା ଭାଣିଜୀ

ରାଉରକେଲା: ଶୁକ୍ରବାର ରାଉରକେଲା ପାଓ୍ଵର ହାଉସ ନିକଟସ୍ଥ ପଣ୍ଡା କୋଲନିରେ ଜଣେ ନାବାଳିକା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ନିରୁପମା ମହାଲିକ୍‌(୧୬) ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସେଥିରେ ସେ ଫେଲ୍‌ ହୋଇଥିଲେ। ପରେ ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ରାଉରକେଲା ପାୱାର ହାଉସ ରୋଡ୍‌ ଅନ୍ତର୍ଗତ ପଣ୍ଡା କଲୋନିରେ ରହୁଥିବା ତାଙ୍କ ମାମୁ କାର୍ତ୍ତିକେଶ୍ୱରଙ୍କ ଘରେ ଆସି ରହୁଥିଲେ। ଦୀର୍ଘ ଛଅମାସ ହେବ ମାମୁ ଘରେ ରହିବା ପରେ ଆଜି ଅପରାହ୍ନରେ ନିରୂପମା ଘରେ ମାମୁ ଓ ମାଇଁ ନଥିବାର ସମୟରେ ଭିତରୁ କବାଟ ବନ୍ଦ କରି ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନିରୁପମାଙ୍କ ଆତ୍ମହତ୍ୟାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର