କାଲିମେଳାରେ ଲଜ୍ଜା: ବାପାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲା ନାବାଳିକା, ଅଭିଯୁକ୍ତ ଫେରାର

କାଲିମେଳା: ମାଲକାନଗିିରି ଜିଲ୍ଲାର କାଲିମେଳା ଥାନାରୁ ଲଜ୍ଜାଜନିତ ଖବର ଆସିଛି। ନିଜ ଜନ୍ମକଲା ନାବାଳିକା ଝିଅକୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏହି ଅଞ୍ଚଳର ଏକ ଗ୍ରାମରେ ଜଣେ ୩୫ବର୍ଷିଅ ବଂଗୀୟ ଯୁବକ ନିଜ ୧୩ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବାର ପୀଡ଼ିତା ନିଜ ମା’ଙ୍କ ସହ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି। ଅଭିଯୁକ୍ତ ବାପା ଏବେ ଫେରାର ହୋଇଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ରିପୋର୍ଟ ଅନୁସାରେ ଅଭିଯୁକ୍ତ ସୋମବାର ସଂଧ୍ୟାରେ ନିଜ ଶ୍ୱଶୁର ଘରକୁ ନିଜ ଝିଅ ସହିତ ଯାଇଥିଲା। ତେବେ ଶ୍ୱଶୁର ଘରେ ଖାଇପିଇ ସାରି ରାତି ୧୦ଟାରେ ନିଜ ଝିଅ ସହିତ ଘରକୁ ଫେରୁଥିଲା। ତେବେ ସେ ମୁଖ୍ୟରାସ୍ତାରେ ନ ଫେରି ଏକ ନିଛାଟିଆ ରାସ୍ତାରେ ଝିଅକୁ ରାତିରେ ଫେରିଥିଲା। ଝିଅ ମୁଖ୍ୟରାସ୍ତାରେ ଘରକୁ ଯିବାକୁ ବାପାକୁ କହିଥିଲେ ମଧ୍ୟ କାମାନ୍ଧ ବାପା ଝିଅର କଥାକୁ ଭୃକ୍ଷେପ ନକରି ଏକ ନିଛାଟିଆ ରାସ୍ତାରେ ଯିବାକୁ ବାଧ୍ୟ କରିଥିଲା। ତେବେ ଏମପିଭି-୨୯ ପାହାଡ଼ ନିକଟରେ ନିଜ ବାଇକ ରଖିଦେଇ ସଇତାନ ବାପା ନାବାଳିକା ଝିଅକୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଝିଅର ଡ଼୍ରେସ ଚିରାଚିରି କରିବା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା।

ଘଟଣା ସଂପର୍କରେ କାହାକୁ କିଛି ନ କହିବାକୁ ମଧ୍ୟ ଧମକ ଦେଇଥିବାର ନାବାଳିକା ପୁଲିସ ନିକଟରେ ଅଭିଯୋଗ କରିଛି। ତେବେ ଘଟଣାଟି ସୋମବାର ରାତିରେ ଘଟିଥିଲେ ମଧ୍ୟ ଭୟଭୀତ ଅବସ୍ଥାରେ ଥିବା ପୀଡ଼ିତା କାହାକୁ କିଛି କହିନଥିଲା। ତେବେ ମଂଗଳବାର ସକାଳେ ଘଟଣା ବିଷୟରେ ନିଜ ମା’କୁ କହିବା ପରେ ସମସ୍ତ ଘଟଣାଟି ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର