ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ତାଲପଟିଆ ଅଞ୍ଚଳରେ ଜଣେ ୧୭ ବର୍ଷିୟା ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଇଲ୍ଡ ଲାଇନ ହସ୍ତକ୍ଷେପ କରି ପୀଡ଼ିତାର ମା’ଙ୍କ ସହିତ ଯାଇ ଥାନାରେ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି। ଚାଇଲ୍ଡ ଲାଇନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି କେହି ଅଜଣା ବ୍ୟକ୍ତି ଚାଇଲ୍ଡ ଲାଇନ୍ ହେଲ୍ପ ଲାଇନ୍ ୧୦୮୯ ଫୋନକୁ ଏ ସଂପର୍କରେ ସୂଚନା ଦେବାପରେ ଘଟଣାଟି ଜଣା ପଡ଼ିଥିଲା। ପୀଡ଼ିତା ନାବାଳିକା ଓ ତାଙ୍କ ମାଁଙ୍କ ଚାଇଲ୍ଡ ଲାଇନକୁ ଦେଇଥିବା ବୟାନ ଅନୁଯାୟୀ ଗତ କାଲି ପୀଡ଼ତା ନାବାଳିକାର ମାଁ କାମ କରିବାକୁ ଯାଇ ଘରକୁ ଫେରିବାରେ ବିଳମ୍ବ ହେବାରୁ ନାବାଳିକା ଟି ମାଁକୁ ଖୋଜିବାକୁ ଯାଉଥିବା ବେଳେ ସନ୍ଧ୍ୟାରେ ବାଟରେ ଦୁଇଜଣ ଦୁର୍ବୃତ୍ତ ତାକୁ ଅଟକାଇ ଦୁଷ୍କର୍ମ କରିଥିଲେ ଓ ଏହି ଘଟଣା ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏ ସଂପର୍କରେ ଥାନା କେସ୍ ନମ୍ବର ୪୮୧ରେ ଏକ ମାମଲା ରୁଜୁ କରାଯାଇ ପୀଡ଼ିତାର ଡାକ୍ତରି ମାଇନା କରାଯାଇଥିବା ବେଳେ ଅଭିଯୁକ୍ତ ଅନିଲ ବାଗ ଓ ରାଜାରାମ ବାଗଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି।
ଝାରସୁଗୁଡ଼ା: ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ, ୨ ଅଟକ
/sambad/media/post_attachments/wp-content/uploads/2019/04/minor-gangrape-victim-illustration-ani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)