କଳାବାଡିଆ: ମୟୂରଭଞ୍ଜ ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷ ଥାନା ଘୋଟିବୁଡା ଅଞ୍ଚଳରେ ଶନିବାର ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀକୁ ଗାଧୋଇବାକୁ ଡାକି ନେଇ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୭ବର୍ଷର ଝିଅ ଗାଧୋଇବାକୁ ଯାଇଥିଲା। ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ତେବେ ପରିବାରଲୋକଙ୍କ ଆଗରେ ଝିଅଟି କାନ୍ଦିକାନ୍ଦି ସମସ୍ତ କଥା କହି ମୁର୍ଚ୍ଛ ଯାଇଥିଲା । ପରେ ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକି ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପୁରୁଷ ଡାକ୍ତର ଡିଉଟିରେ ଥିବାରୁ ପୀଡିତାଙ୍କ ପରିବାରଲୋକେ ସେଠାରେ ଝିଅର ଚିକିତ୍ସା ନକରି ସଙ୍ଗେସଙ୍ଗେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।