ବାଲେଶ୍ୱର: ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର, ଟଙ୍କା ଚୋରି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ମନ୍ଦିରଗୁଡ଼ିକୁ ଟାର୍ଗେଟ କରିଛନ୍ତି। ସୋର ଥାନା ଅନ୍ତର୍ଗତ ସବିରା ଗାଁରେ ଥିବା ୩ଟି ମନ୍ଦିରରେ ପଶି ଦୁର୍ବୃତ୍ତମାନେ ଠାକୁରଙ୍କର ସୁନା,ରୂପା ଅଳଙ୍କାରଚୋରି କରିନେବା ସହିତ ହୁଣ୍ଡିଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

ସୋର ଥାନାରେ ହୋଇଥିିବା ଅଭିଯୋଗ ଅନୁଯାୟୀ, କେତେକ ଦୁର୍ବୃତ୍ତ ଗତକାଲି ରାତିରେ ସବିରା ଗାଁରେ ଥିବା ରାଧାକୃଷ୍ଣ ମନ୍ଦିର, ଜାଗୁଳେଇ ମନ୍ଦିର ଓ ପତ୍ରାଶୁଣୀ ମନ୍ଦିରରେ ପଶି ଦେବଦେବୀମାନଙ୍କ ସୁନା , ରୂପା ଅଳଙ୍କାର, ରୂପା ବାସନକୁସନ ସହିତ ହୁଣ୍ଡିରେ ଥିବା ଳକ୍ଷ୍ୟାଧିକ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଗତକାଲି ରାତିରେ ଗ୍ରାମବାସୀମାନେ ଜାଣିବା ପରେ ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର