ବାହାନଗା: ଏଟିଏମକୁ ଲୁଟ୍‌ କରି ବାହାରେ ଫିଙ୍ଗିଦେଲ ଦୁର୍ବୃତ୍ତ

ବାହାନଗା: ଗତକାଲି ରାତିରେ କେତେକ ଦୁର୍ବୃତ୍ତ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରର ହସପିଟାଲ ନିକଟରେ ଥିବା ଷ୍ଟେଟ୍‌ ବ୍ୟାଙ୍କର ଏଟିଏମକୁ କାଟି ଏଥିରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ଏଟିଏମଟିକୁ ଘଟଣାସ୍ଥଳରୁ ୨୦ ମିଟରର ଦୂରରେ ରାସ୍ତା କଡ଼ରେ ଫିଙ୍ଗିଦେଇ ପଳାଇ ଯାଇଛନ୍ତି।
ଆଜି ସକାଳୁ ଏକ ଭଙ୍ଗା ଏଟିଏମ ରାସ୍ତାକଡ଼ରେ ପଡ଼ିଥିବା ଦେଖି ଲୋକଙ୍କ ଭିତ୍ତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଲୋକେ ନିକଟସ୍ଥ ଏସବିଆଇ ଏଟିଏମରେ ଦେଖିବାରୁ ସେଠାରେ ଏଟିଏମ ମେସିନ ନ ଥିଲା। ଏ ନେଇ ଲୋକେ ସ୍ଥାନୀୟ ପୁଲିସକୁ ଖବର ଦେଇଛନ୍ତି। ଦୁର୍ବୃତ୍ତମାନେ ସମ୍ପୂର୍ଣ୍ଣ ଏଟିଏମଟିକୁ ତାଡ଼ି ବାହାରକୁ ଆଣି ଲୁଟ୍‌ କରିଥିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ ଯେ ଗତ ୨୦୧୭ ମସିହା ନଭେମ୍ବର ମାସ ୨୫ ତାରିଖ ଦିନ ମଧ୍ୟ ଏହି ଏଟିଏମକୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ।

ସମ୍ବନ୍ଧିତ ଖବର