କୋରାପୁଟ: ୯ ଦିନ ପରେ ଉଦ୍ଧାର ହେଲେ ନିଖୋଜ ବାଳିକା

ଲକ୍ଷ୍ମୀପୁର: ଗତ ୪ ତାରିଖ ଦିନ ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମରୁ ନିଖୋଜ ବାଳିକା ୯ ଦିନ ପରେ ଉଦ୍ଧାର ହୋଇଛନ୍ତି। ନିଖୋଜ ନେଇ ଝିଅର ବାପା ଥାନାରେ ଏତଲା ଦେଇଥିଲେ। ଏନେଇ କାକିରିଗୁମ୍ମା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତା ବାଳିକା ଜଣଙ୍କ ତୁନପାର ହାଇସ୍କୁଲରେ ୧୦ମ ଶ୍ରେଣୀରେ ହଷ୍ଟେଲ୍‌ରେ ରହି ପାଠ ପଢୁଥିଲେ ଏବଂ ସେ ୩ ତାରିଖ ଦିନ ରାତିରେ ଫୋନ୍‌ରେ ବାର୍ତ୍ତାଳାପ ନେଇ ଜାଣିବା ପରେ ପ୍ରଧାନ ଶିକ୍ଷକ ଛାତ୍ରୀ ଜଣଙ୍କୁ ନେଇ ତହିଁଆରଦିନ ତାଙ୍କ ବାପାଙ୍କ ଜୀମା ଦେଇ ଆସିଥିଲେ । ତେବେ ଗ୍ରାମରୁ ଛାତ୍ରୀ ଜଣଙ୍କ ନିଖୋଜ ହୋଇଥିବା ନେଇ ତାଙ୍କ ବାପା ଏତଲା ଦେବାରୁ ଏନେଇ ମାମଲା ରୁଜୁ ହୋଇଥିଲା।

ଖୋଜାଖୋଜି ପରେ ଛାତ୍ରୀଙ୍କ ବାପା ଓ ପ୍ରଧାନଶିକ୍ଷକ ଜୟପୁରରେ ସମ୍ପର୍କୀୟଙ୍କ ଘରେ ଥିବା ଖବର ପାଇ ଉଦ୍ଧାର କରି ଆଣି କାକିରିଗୁମା ଥାନା ରେ ପହଚାଂଇଥିଲେ। ନାବାଳିକା ଓ ମହିଳା ଆଇଆଇସି ଲକ୍ଷ୍ମୀପୁର ଉପଖଣ୍ଡ ଅଧିନରେ କେହି ନଥିବା କାରଣରୁ କୋରାପୁଟ ଟାଉନ ଥାନାରେ ଆଇଆଇସିଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯିବା ପରେ କାକିରିଗୁମା ଅଣାଯାଇ ପରିବାର ସଦସ୍ୟଙ୍କୁ ଜୀମା ଦିଆଯାଇଛି। ସୂଚନାଯୋଗ୍ୟ ଏହିକି ପରିବାର ପକ୍ଷରୁ ଏନେଇ ପ୍ରଧାନ ଶିକ୍ଷକଙ୍କୁ ଦୋଷାରୋପ କରାଯାଇଥିଲା। ସେ ଆଣିଛାଡିବାରୁ ତାଙ୍କ ଝିଅ ପଳାଇ ଗଲା ବୋଲି। ବର୍ତମାନ ଝିଅ ବାପା ମା’ଙ୍କ ପାଖରେ ରହିଥିବା ବେଳେ ସୋମବାର ପୁଣି ମାଜିଷ୍ଟ୍ରେଟ୍‌ଙ୍କ ପାଖରେ କାହିଁକି ଯାଇଥିଲା ତାହା ବୟାନ ରଖିବେ ବୋଲି କାକିରିଗୁମା ଥାନାଧିକାରି ସୁର୍ଯ୍ୟକାନ୍ତ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର