କ୍ରିକେଟ୍‌ ଖେଳୁଥିଲେ ଏମ୍‌ବିବିଏସ୍‌ ଛାତ୍ର, କାନରେ ବଲ ବାଜି ମୃତ

ବ୍ରହ୍ମପୁର: କ୍ରିକେଟ ଖେଳୁଥିବା ବେଳେ କାନରେ ବଲ ବାଜିବାରୁ ଜଣେ ମେଡିକାଲ ଛାତ୍ରଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ର ବିଶ୍ୱଭୂଷଣ ସାହୁ(୨୪)।

ବ୍ରହ୍ମପୁର ଲାଞ୍ଜିପଲି ଅଂଚଳରେ ରହୁଥିବା ଲିଙ୍ଗରାଜ ସାହୁଙ୍କ ପୁଅ ବିଶ୍ୱଭୂଷଣ କିଛି ଦିନ ହେବ ଘରକୁ ଆସିଥିବା ବେଳେ ଆଜି ସକାଳୁ ଏମକେସିଜି ମେଡିକାଲ ପଡିଆରେ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିଲେ। ଜଣେ ସାଙ୍ଗ ବୋଲିଂ କରୁଥିବା ବେଳେ ବିଶ୍ୱଭୂଷଣ ବ୍ୟାଟିଂ କରୁଥିଲେ। ଖେଳ ଭିତରେ ବଲଟି ବିଶ୍ୱଭୂଷଣଙ୍କ କାନରେ ବାଜିଥିଲା। ସେ ସଙ୍ଗେ ସଙ୍ଗେ ଅଚେତ ହୋଇ ପଡି ଯାଇଥିଲେ।

ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏମକେସିଜି ଫାଣ୍ଡି ପୁଲିସ ମୃତ ଡାକ୍ତରୀ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଶ୍ୱଭୂଷଣଙ୍କ ବିୟୋଗରେ ପରିବାର ସଦସ୍ୟ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର