ମୋବାଇଲ ଫୋନ ଚୋର ଦଳ ପର୍ଦାଫାସ୍‌:ମହିଳାଙ୍କ ସମେତ ୫ ଗିରଫ

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ପୁଲିସ୍‌ ମୋବାଇଲ ଫୋନ୍‌ ଚୋର ରାକେଟ୍‌ର ପର୍ଦାଫାଶ କରିବାରେ ସଫଳ ହୋଇଛି। ଚୋରଣୀ ସୁରଭି ବାଗ ଓରଫ ମହାନନ୍ଦ ଓରଫ ବାଉରୀ ସମେତ ମାନେଶ୍ୱରର ପ୍ରତାପ ତାଣ୍ଡିଆ, ସଦା ମହାନନ୍ଦ, ପ୍ରକାଶ ତାଣ୍ଡିଆ, ରାଜେନ୍ଦ୍ର ହାତୀ ପ୍ରମୁଖଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୮ଟି ମୋବାଇଲ ଫୋନ୍‌ ପୁଲିସ୍‌ ଜବତ ହୋଇଛି। ଗତ ୭ ତାରିଖ ଦିନ ସକାଳେ ମୁଦିପଡ଼ା ସମଲେଶ୍ୱରୀ କଲୋନି ନିବାସୀ ସୁଶାନ୍ତ ଶେଖର ପଣ୍ଡାଙ୍କ ଘରୁ ୨ଟି ମୋବାଇଲ ଫୋନ ଓ ଗୋଟିଏ ଓ୍ଵାଲେଟ ଚୋରି ହୋଇ ଯାଇଥିଲା।

ଶ୍ରୀ ପଣ୍ଡା ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ତଦନ୍ତ ବେଳେ ମାନେଶ୍ୱରର ରାଜେନ୍ଦ୍ର ହାତୀଠାରୁ ୨ଟି ମୋବାଇଲ ଫୋନ ଜବତ କରାଯାଇଥିଲା। ରାଜେନ୍ଦ୍ରର ସୂଚନା ଅଧାରାରେ ମୁଖ୍ୟ ଅଭିଯୁକ୍ତ ଟିଟିଲାଗଡ଼ କଟକିଆପଡ଼ାର(ଏବେ ମାନେଶ୍ୱର ନିବାସୀ) ସୁରଭି ବାଗ ଓ ପ୍ରକାଶ ତାଣ୍ଡିଆଙ୍କୁ ଧରିଥିଲା। ସେମାନଙ୍କଠାରୁ ୩ଟି ମୋବାଇଲ ଫୋନ ଜବତ କରିଥିଲା। ପୁଣି ସେମାନଙ୍କ ସୂଚନା ଆଧାରରେ ପ୍ରତାପ ତାଣ୍ଡି, ସଦା ମହାନନ୍ଦ ଓ ଜଣେ ନାବଳକଙ୍କୁ ଧରିଥିଲା। ସୁରଭି ଓ ପ୍ରକାଶ ତାଣ୍ଡିଆ ପ୍ରାୟତଃ ସକାଳେ ବିଭିନ୍ନ ଅଂଚଳକୁ ଯାଇଥାନ୍ତି। ଘର ଖୋଲା ଥିବାର ସୁଯୋଗ ନେଇ ସେମାନେ ମୋବାଇଲ ଫୋନ ଚୋରି କରୁଥିବା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର