ପୁଲିସ ସହ ଗୁଳି ବିନିମୟରେ ମାଓବାଦୀ ନିହତ

ବିଜାପୁର: ଛତିଶଗଡ଼ର  ବିଜାପୁରସ୍ଥିତ ଗଙ୍ଗାଲୁର ଥାନା ଅଞ୍ଚଳସ୍ଥ ଏଠୁପାଲ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ସୋମବାର ଗୁଳିବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି ।  ଛତିଶଗଡ଼ର ଡିଅାରଜି ଯବାନ କମ୍ବିଂ ଚଳାଇଥିବା ବେଳେ ଗୁଳିବିନିମୟରେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଓବାଦୀର ମୃତଦେହ ନିକଟରୁ ଗୋଟିଏ ରାଇଫଲ ଓ ବିପୁଳ ପରିମାଣର ଦୈନଦିନ ବ୍ୟବହାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା  ଡିଆରଜି ଯବାନଙ୍କୁ ଏକ ଏକ ବଡ଼ ସଫଳତା ବୋଲି ଏସ୍‌ପି ମୋହିତ ଗର୍ଗ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର