ପୁଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଆନ୍ଧ୍ରର ବିଶାଖାପାଟନମ୍‌ ଜିଲ୍ଲା ମାଡେଗାରେଲୁ ଗ୍ରାମର ଦୁଇଜଣଙ୍କୁ ମାଓବାଦୀ ଶୁକ୍ରବାର ରାତିରେ ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, ମାଡେଗୋରେଲୁ ଗ୍ରାମରେ ରହୁଥିବା ଦୁଇଜଣ ଗ୍ରାମବାସୀଙ୍କୁ ମାଓବାଦୀ ପୁଲିସ ଇନ୍‌ଫର୍ମର ବୋଲି ସନ୍ଦେହ କରିଥିଲେ। ତେଣୁ ଶୁକ୍ରବାର ରାତିରେ ସଶସ୍ତ୍ର ମାଓବାଦୀ ମାଡେଗୋରେଲୁ ଗ୍ରାମରେ ପଶି ସେହି ଦୁଇଜଣଙ୍କୁ ଘରୁ ଉଠାଇ ଆଣିଥିଲେ। ଏହାପରେ ନିକଟସ୍ଥ ଏକ ଜଙ୍ଗଲରେ ଦୁହିଁଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର