ବାଲେଶ୍ୱର: ଏକତରଫା ପ୍ରେମ ମହଙ୍ଗା ପଡ଼ିଲା, ଝିଅର ପ୍ରେମିକକୁ ଗଛରେ ବାନ୍ଧି ଚପଲରେ ପିଟିଲେ ମାଆ

ସୋର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଏକ ତରଫା ପ୍ରେମ କରିବା ମହଙ୍ଗା ପଡ଼ିଛି। ଗତକାଲି ଅର୍ଥାତ ମଙ୍ଗଳବାର ଥିଲା ସାବିତ୍ରୀ। ଏହି ଦିନ ପ୍ରେମିକ ପ୍ରେମ ନିବଦେନ କରି ବିବାହ ପ୍ରସ୍ତାବ ଦେବା ପାଇଁ ଯୁବତୀଙ୍କ ପାଖକୁ ଯାଇଥିଲା। ଏହି ସମୟରେ ଯୁବତୀଙ୍କ ମାଆ ପ୍ରେମିକ ପ୍ରବରକୁ ଗଛରେ ବାନ୍ଧିବା ସହିତ ଚପଲରେ ମାଡ ମାରିଥିବାର ଏକ ଘଟଣା ସାମ୍ନାକୁ ଆଛି। ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ଛାଡ଼ି ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରିବାରେ ଲାଗିଥିଲେ। ଏମାନଙ୍କ ମଧ୍ୟରୁ କେହିଜଣେ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ମାଆ ଓ ଝିଅଙ୍କ ମାଡରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା।

ସୂଚନାଯୋଗ୍ୟ, ରୂପସା ଥାନା ଜାମଦା ଅଞ୍ଚଳର ଲାଲଟୋ ହାଁସଦା ତୁରିଗଡ଼ିଆ ଅଞ୍ଚଳରେ ରହି କାମ କରୁଥିବା ଯୁବକ ଜଣେ ୨୦ ବର୍ଷୀୟ  ଯୁବତୀଙ୍କୁ ସେ ଏକ ତରଫା ଭଲ ପାଇ ବସିଥଲେ। ଗତକାଲି ସେ ପ୍ରେମିକାଙ୍କ ଘରକୁ ଯାଇ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହାକୁ ଗ୍ରହଣ କରିପାରି ନ ଥିଲେ ପ୍ରେମକା ଓ ତାଙ୍କ ପରିବାର ଲୋକେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକା ଓ ତାଙ୍କ ମାଆ, ପ୍ରେମିକଙ୍କୁ ଗଛରେ ବାନ୍ଧି ପକାଇଥିଲେ। ପରେ ଉଭୟ ଚପଲରେ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର