ନବରଙ୍ଗପୁର: କାଳବୈଶାଖୀରେ ଭାଙ୍ଗି ଗଲା ଘରର ଆଜବେଷ୍ଟସ, ମାଆ ଝିଅ ମୃତ

 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ବେନୋରା ପଞ୍ଚାୟତର କର୍ଲିପଦର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟାରେ କାଳବୈଶାଖୀଜନିତ ପବନ ଓ ବର୍ଷାରେ ଘରର ଆଜବେଷ୍ଟସ୍‌ ଓ କାଠ ଭାଙ୍ଗି ପଡ଼ିବାରୁ ଜଣେ ୩୫ ବର୍ଷୀୟା  ମହିଳା ଓ ତାଙ୍କ ଶିଶୁକନ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପ୍ରବଳ ଝଡ଼ପବନ ହେବାରୁ କର୍ଲିପଦର ଗାଁର କେତେକ ଲୋକଙ୍କ ଘରର ଛପର ପ୍ରଭୃତି ଉଡ଼ିଯାଇଥିଲା। ତେବେ ଏହି କାଳବୈଶାଖୀ ତାଣ୍ଡବରେ  ଗାଁର ବାଳମତି ଭତ୍ରା(୩୫ ବର୍ଷ)ଙ୍କର ଘରର ଆଜବେଷ୍ଟସ ଓ କାଠ ଭାଙ୍ଗି ଘର ଭିତରେ ଗଳି ପଡ଼ିଥିଲା। ସେତେବେଳେ ଘର ଭିତରେ ଶ୍ରୀମତୀ ଭତ୍ରା ନିଜର ଶିଶୁକନ୍ୟାଙ୍କୁ ଧରି ରହିଥିଲେ। ଏହି ଭଙ୍ଗା ଆଜବେଷ୍ଟସ ଓ କାଠ ଶ୍ରୀମତୀ ଭତ୍ରା ଓ ତାଙ୍କ ଶିଶୁକନ୍ୟା କୁମାରୀ ଭତ୍ରା(୧ ବର୍ଷ)ଙ୍କ ଉପରେ ଖସି ପଡ଼ିବାରୁ ସେମାନଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

 

ସମ୍ବନ୍ଧିତ ଖବର