ଦିଗପହଣ୍ଡି: ନଦୀ ବୁଡ଼ି ମାଆପୁଅଙ୍କ ମୃତ୍ୟୁ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡପେଣ୍ଠ ପଞ୍ଚାୟତର ପନାଡ଼ ଗାଁରେ ଆଜି ପୂର୍ବାହ୍ନରେ ଘଟିଛି ଏକ ଅଭାବନୀୟ ଘଟଣା। ନଦୀରେ ମାଆ ପୁଅ ଗାଧୋଉ ଥିବା ବେଳେ  ଗଭୀର ଜଳରେ  ବୁଡ଼ି ଯାଇ ଉଭୟ ମାଆ ପୁଅଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଗ୍ରାମରେ  ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୁଲିସ ମୃତଦେହ ଦୁଇଟିର ବ୍ୟବଛେଦ ପାଇଁ ଦିଗପହଣ୍ଡି ଡାକ୍ତରଖାନାକୁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପନାଡ଼ ଗ୍ରାମର ଦୁର୍ଯ୍ୟୋଧନ ମହରାଣାଙ୍କ ପତ୍ନୀ ସୁଷମା ମହାରଣା ( ୩୫ ବର୍ଷ) ପୁଅ ସୁଧାଂଶୁ ମହାରଣା(୮ ବର୍ଷ)ଙ୍କୁ ନେଇ  ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ  ସୁଧାଂଶୁ ହଠାତ ଗଣ୍ଡ ଭିତରକୁ ଖସିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ମାଆ ସୁଷମା ମଧ୍ୟ ଗଭୀର ପାଣି ଭିତରକୁ ପଶିଯାଇଥିଲେ। ସେଠାରେ ଉଭୟ ମାଆ ପୁଅ ଗଭୀର ଜଳରେ ନିଖୋଜ ହୋଇ ଯାଇଥିଲେ। ଖବର ପାଇ  ସରପଞ୍ଚି ଓ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିି ଦମକଳ ସହାୟତରରେ ନଦୀରୁ ମାଆପୁଅଙ୍କ ମୃତଦେହ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେତେବେଳକୁ ଉଭୟଙ୍କ ମୃତ୍ୟୁ ଘଟି ସାରିଥିଲା। ପୁଲିସ ମୃତଦେହ ପଞ୍ଚନାମ କରି ବ୍ୟବଛେଦର ବ୍ୟବସ୍ଥା କରୁଛି।

ସମ୍ବନ୍ଧିତ ଖବର