ପୁଲିସକୁ ଚକମା ଦେଇ ଥାନା ଭିତରୁ ବାଇକ୍‌ ଚୋର ଚମ୍ପଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପୁଲିସକୁ ଚକମା ଦେଇ ଗୁରୁବାର ବାଇକ ଚୋର ଥାନାରୁ ଚମ୍ପଟ ମାରିଛି। ଅଭିଯୁକ୍ତ ଦିବ୍ୟ ସେଠୀଙ୍କ ପୁଅ କିରଣ ଓରଫ ସିପୁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ବାଇକ୍‌ ଚୋରି କରୁଥିବା ବେଳେ କିରଣ ଧରାପଡ଼ିଥିଲା। ଲୋକମାନେ ତାକୁ ଘଟଣାସ୍ଥଳରେ ନିସ୍ତୁକ ଛେଚି ଥିଲେ। ତା’ପରେ ଯାଇ ସେ ନିଜ ଦୋଷ ମନିଥିଲା। କିନ୍ତୁ ସେ ପୁଲିସ ହେପାଜତରୁ ଖସି ଯିବାରେ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର