ଗଂଜାମ: ଯୌତୁକ ପାଇଁ ବୋହୁକୁ ମାରିଦେଲେ!

ପାଟପୁର: ଗଂଜାମ ଜିଲ୍ଲାର ପାଟପୁର ଥାନା ଅଧୀନ ଟି.ଗୋବିନ୍ଦପୁର ପଞ୍ଚାୟତ ବତାଗଡ଼ରେ ଯୌତୁକଜନତ ବଧୂହତ୍ୟା ଅଭିଯୋଗ ହୋଇଛି। ଏନେଇ  ମୃତକଙ୍କ ବାପା  ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସ୍ବାମୀ ଓ ଶ୍ବଶୂରଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୋଗ ପ୍ରକାରେ ୪ ବର୍ଷ ତଳେ ବତାଗଡ଼ ନିବାସୀ ବଂଶୀଧର ଗୌଡ଼ଙ୍କ ପୁଅ ରିଣ୍ଟୁ ଗୌଡ଼ଙ୍କ ସହ ଚାନ୍ଦିପୁଟ ଗ୍ରାମର ହରି ପାତ୍ରଙ୍କ ଝିଅ ରାଧା ସହ ବୈଦିକ ରୀତିରେ ବାହାଘର ହୋଇଥିଲା। ମାତ୍ର ବାହାଘର ପରେ ଅଧିକା ଯୌତୁକ ପାଇଁ ତାଙ୍କ ସ୍ବାମୀ, ଶ୍ବଶୂର ଓ ପରିବାର ଲୋକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।  ପରିବାର ଲୋକ ମିଶି ତାଙ୍କ ଝିଅକୁ ବିଷ ଦେଇ ମାରିଦେଇଥିବା ବାପା ହରି ଥାନା ଲିଖିତ ଅଭିଯୋଗ ଆଣିଛନ୍ତି।
ଅଭିଯୋଗକୁ ଆଧାର କରି ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକଙ୍କ ତତ୍ତ୍ବାବଧାନରେ ଏସ୍‌ଆଇ ଶୁଭ୍ରଜିତ୍ ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। କେସ୍ ନମ୍ବର ୧୨୧/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ରାଧାଙ୍କ ଶ୍ବଶୂର ଓ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏସ୍ଆଇ ଶୁଭ୍ରଜିତ୍ ସାମନ୍ତରାୟ ଏହାର ତଦନ୍ତ କରୁଛନ୍ତି।
ସମ୍ବନ୍ଧିତ ଖବର