ବାଲେଶ୍ୱର/ ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଧୀନ ଗୁଡୁ ପଞ୍ଚାୟତର ବାଘମୁଣ୍ଡାଠାରେ ଏକ ହତ୍ୟାକାଣ୍ଡ ଘଟିଛି। ସୋମବାର ଅପରାହ୍ନରେ ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ସେଠାରେ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଉଛନ୍ତି, ସଦର ଥାନା ଅଧୀନ ସଇପୁର ଅଞ୍ଚଳ ଇଞ୍ଚୁଡିଆ ଗ୍ରାମର ବାଙ୍କା ଦଳେଇଙ୍କ ପୁଅ ସପନ ଦଳେଇ ଓ ବୟସ ୩୦ବର୍ଷ ବୋଲି ସେ ରାଜମିସ୍ତ୍ରୀ କାମ କରନ୍ତି ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଚାନ୍ଦିପୁର ପୁଲିସ ପହଞ୍ଚି ରକ୍ତଭିଜା ପଥର ଜବତ କରିବା ସହିତ ସପନ ଦଳେଇଙ୍କ ଶବକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ୮୫/୧୮ରେ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।
ତେବେ ଘଟଣାସ୍ଥଳ ନିକଟରେ ଏକ ଚିଙ୍ଗୁଡିଘେରି ନିକଟରେ ଏକ ବେଆଇନ ମଦ ଦୋକାନ ରହିଛି। ମୃତ ଯୁବକ ଆଜି ସେଠାରେ କିଛି ଯୁବକମାନଙ୍କ ସହ ମଦ ପିଇବାକୁ ଯାଇଥିଲେ। ତେବେ ଏଠାରେ ବୋଧ ହୁଏ କୌଣସି କାରଣରୁ ଅନ୍ୟମାନଙ୍କ ସହ ଯୁକ୍ତିତର୍କ ହେବା ପରେ ଏହି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।