ନବରଙ୍ଗପୁର: ନବରଙ୍ଗପୁର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ବିଷକ୍ରିୟାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅନ୍ତର୍ଗତ ଧାନଗୁଡା ଗ୍ରାମର ସୁଧା ଭତ୍ରା (୬୦)ଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଅଣାଯାଇଥିଲା। ମେଡିକାଲରେ ସୁଧାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ଥାନାରେ କେସ ନଂ ୧୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ନବରଙ୍ଗପୁର ମେଡିକାଲରେ ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ବି.ମାଳିଗୁଡା ଗାଁର ବିମଳା ମାଳି (୪୦)ଙ୍କୁ ମଧ୍ୟ ଗତକାଲି ରାତି ପ୍ରାୟ ୧୦.୪୫ରେ ନବରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା। ବିମଳାଙ୍କୁ ବି ଡାକ୍ତର ମୃତ ଘୋଷଣା କରିଥିଲେ। ନବରଙ୍ଗପୁର ଥାନାରେ କେସ ନଂ ୨୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି। ଅନ୍ୟ ଜଣେ ହେଲେ କଲେଜ ପଢ଼ୁଆ ଛାତ୍ରୀ। ନବରଙ୍ଗପୁର ଥାନା ଅଧୀନସ୍ଥ ଦେଦାସପଲ୍ଲୀ ଗାଁର ଯଶୋଦା ନାୟକ(୨୦) ଗତକାଲି ରାତି ୧୧ଟାରେ ନବରଙ୍ଗପୁର ମେଡିକାଲ ଭର୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଣୋ କରିଥିଲେ। ଯଶୋଦା ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ନବରଙ୍ଗପୁର ଥାନାରେ କେସ ନଂ ୨୧/୧୯ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ସମସ୍ତ ମୃତକ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ନେଇ ଡାକ୍ତର ଥାନାରେ ରିପୋର୍ଟ ଦେଇଛନ୍ତି।
ବିଷକ୍ରିୟାରେ ୩ଜଣଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/06/Suicide-Drinking-Poison-300x150.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)