ଜେଇ ଟୀକା ନେଇ ୫ ଛାତ୍ର ଅସୁସ୍ଥ

ନବରଙ୍ଗପୁର/ ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ଅଣ୍ଟାସାର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜେଇ ଟୀକା ନେବେ ପରେ ୫ ଜଣ ଛାତ୍ର ଗୁରୁତର ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସା କେନ୍ଦ୍ରରେ ଚିକତ୍ସିତ ହେଉଛନ୍ତି। ଜେଇ ଇଞ୍ଜେକ୍ସନ ଦେବା ପରେ ୫ ଜଣ ଛାତ୍ରଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଏହି ଛାତ୍ରମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ଅଭିଭାବକ ମାନଙ୍କୁ ଜଣାଯାଇନଥିବା ଅଭିଯୋଗ ହୋଇଛି। ମେଡିକାଲରେ ଥିବା ଗାଁର ଜଣେ ବ୍ୟକ୍ତି ଏ ସଂକ୍ରାନ୍ତରେ ଗାଁକୁ ଫୋନ କରି ଜଣାଇବା ପରେ ଅଭିଭାବକ ମାନେ ମେଡିକାଲକୁ ଆସିଥିଲେ। ଟୀକା ନେବା ପରେ ଭୟଭୀତ ହୋଇ ଏପରି ଘଟଣା ଘଟିଥାଇପାରେ ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।
ସରିଫ, କୁନା ପାଢ଼ୀ, ପ୍ରଫୁଲ ସାହୁ, ଫିରୋଜ ଖାନ, ସଂଜୟ ନାୟକ, ନେତ୍ରା କୋଲାର ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର