ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ

ନବରଙ୍ଗପୁର /ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଝରିଗୁମ୍ମା ପଞ୍ଚାୟତର ଲାଡିଗୁଡା ଗାଁରେ ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ଏହି ଘଟଣାରେ ରଘୁ ମାଝୀ(୧୮) ନାମକ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଛି। ଗତକାଲି ସେହି ରଘୁ ମାଝୀଙ୍କ ଘରେ ଏକ ଦଶାହ କାର୍ଯ୍ୟ ଚାଲିଥିଲା। ଛାତ୍ରୀଜଣକୁ କେନ୍ଦୁ ଖାଇବା ପାଇଁ ଡାକି ନେଇ ରଘୁ ଦୁର୍ଷ୍କମ ଉଦ୍ୟମ କରିଥିଲା। ତେବେ ନାବାଳିକାର ପାଟି ଶୁଣି ତାଙ୍କ ବାପା ଘଟଣା ସ୍ଥଳରେ ପହଞ୍ଚିଯିବାରୁ ରଘୁ ଚମ୍ପଟ ମାରିଥିଲା। ଆଜି ତେନ୍ତୁଳିଖୁଣ୍ଟି ଥାନାରେ ନାବାଳିକାର ବାପା ଏତଲା ଦେଇଥିଲେ। ପୁଲିସ ରଘୁକୁ ଥାନାରେ ଅଟକ ରଖି ଜେରା କରୁଛି। ଏ ନେଇ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର