ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତର

ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ଜଟାବାଲ ଗ୍ରାମ ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଜଟାବାଲ ଗ୍ରାମର କମଳଲୋଚନ ହରିଜନ(୬୦) ଆଜି ସକାଳେ ଶୌଚ ହେବା ପାଇଁ ଗାଁ ନିକଟସ୍ଥ ରାଜ୍ୟ ରାଜପଥ ପାର ହେଉଥିଲେ। ଏହି ସମୟରେ ଡାବୁଗାଁ ଅଭିମୁଖେ ଯାଉଥିବା ଏକ ବାଇକ୍‌(ଓଡି୨୪ ୩୬୫୯) ଧକ୍କା ଦେବାରୁ କ‌ମଳଲୋଚନ ଗୁରୁତର ହୋଇଥିଲେ। ପରେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ ପାପାଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଡାହାଣ ହାତ ଭାଙ୍ଗି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ କମଳଲୋଚନଙ୍କୁ କୋରାପୁଟ ଜିଳ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକ ଘଟଣାସ୍ଥଳରେ ବାଇକ୍ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର