ଚୋରା ବାଇକ୍‌ ଜବତ, ଦୁଇ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ୍‌ ଚୋରି କରୁଥିବା ୨ଜଣ ଲୁଟେରାଙ୍କୁ ପାପଡାହାଣ୍ଡି ଥାନା ଅଞ୍ଚଳରୁ ଡାବୁଗାଁ ପୁଲିସ ଗିରଫ କରିଛି। ଗିରଫ ୨ବାଇକ୍‌ ଲୁଟେରା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସେମଳା ଗ୍ରାମର ରିଣ୍ଟୁ ଖରା(୨୧) ଓ ନବରଙ୍ଗପୁର ଥାନା ଅନ୍ତର୍ଗତ ପାତ୍ରମୁଣ୍ଡାର ଭଗବାନ ମାଝୀ(୨୩) ବୋଲି ଜଣାପଡିଛି। ଡାବୁଗାଁ ସଦର ମହକୁମାର ନୂଆଗୁଡାର ଭାଗବତ ସୁବୁଦ୍ଧିଙ୍କ ଏକ ବାଇକ୍‌(ଓଡି ୨୪ବି ୬୪୩୧) ଚୋରି ହୋଇଥିବା ନେଇ ଗତ ଅକ୍ଟୋବର ୨୮ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଡାବୁଗାଁର ବିଶ୍ୱରଂଜନ ପାତ୍ରଙ୍କ ବାଇକ୍‌(ଓଡି ୨୪ସି ୩୩୯୨)ଚୋରି ହୋଇଥିବା ନେଇ ନଭେମ୍ବର ୨ତାରିଖରେ ଥାନା ଅଭିଯୋଗ ହୋଇଥିଲା।

ଏହି ଦୁଇଟି ବାଇକ୍‌ ଓ ଲୁଟେରା ପାପଡାହାଣ୍ଡି ଅଞ୍ଚଳରେ ଥିବା ନେଇ କୌଣସି ସୂତ୍ରରୁ ଡାବୁଗାଁ ଥାନା ଅଧିକାରୀ ପ୍ରଭାତ କୁମାର ସେଠୀ ସୂଚନା ପାଇ ଏକ ଟିମ୍‌କୁ ପାପଡାହାଣ୍ଡି ପଠାଇଥିଲେ। ପୁଲିସ ପାପଡାହାଣ୍ଡି ଅଞ୍ଚଳରୁ ୨ଟି ଚୋରି ବାଇକକୁ ଜବତ କରିବା ସହ ଲୁଟେରା ରିଣ୍ଟୁ ଖରା ଓ ଭଗବାନ ମାଝୀଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଏହି ୨ଟି ବାଇକ୍‌ ଚୋରି କରିଥିବା ନେଇ ଉଭୟେ ସ୍ୱୀକାର କରିବା ସହ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୯ଟି ବାଇକ୍‌ ଚୋରି କରି ବିକ୍ରି କରିଥିବା କହିଥିଲେ। ବାଇକ୍‌ ଚୋରି ଘଟଣାରେ ଆଉ କିଏ ସଂପୃକ୍ତ ରହିଛି ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଗଣେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର