ବିଜେପି ପକ୍ଷରୁ ବାଇକ୍ ରାଲି

ନନ୍ଦାହାଣ୍ଡି: ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ନନ୍ଦାହାଣ୍ଡି ବ୍ଲକରେ ପ୍ରଚାର କରିଛନ୍ତି। ଏହି ଅବସରରେ ଝାଡବନ୍ଧଗୁଡା ପଞ୍ଚାୟତର ଉଷୁରୀପଦର ଗ୍ରାମରୁ ଦଳୀୟ କର୍ମୀ ମାନେ ବିଧାୟକ ପ୍ରାର୍ଥୀ ଶ୍ରୀ ମାଝୀଙ୍କ ସହ ବାଇକ୍ ରାଲିରେ ବାହାରିଥିଲେ। ବିଜେପି କର୍ମୀ ମାନେ ବ୍ଲକର ୧୧ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବ୍ଲକ ବିଜେପି ସଭାପତି ଦେବୀ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ଏହି ପ୍ରଚାର ସମୟରେ ଜିଲ୍ଲା ବିଜେପି ଉପସଭାପତି ଗଦାଧର ତ୍ରିପାଠୀ, ସାଧାରଣ ସଂପାଦକ ଜଗଦୀଶ ବିଷୋୟୀ, ସନାତନ ତ୍ରିପାଠୀ, ଶରତ ଚନ୍ଦ୍ର ତ୍ରିପାଠୀ, ନରସିଂହ ତ୍ରିପାଠୀ, ଜାନକୀ କାନ୍ତ ବିଷୋୟୀ, କୃଷ୍ଣ ଚନ୍ଦ୍ର ଗୌଡ, ଜଗବନ୍ଧୁ ଜାନୀଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର